ନୂଆଦିଲ୍ଲୀ,ଏଜେନ୍ସି: ଆଜି କେନ୍ଦ୍ର ସରକାରଙ୍କ ଦ୍ୱାର ପେନସନ ଉପଭୋକ୍ତାଙ୍କ ପାଇଁ ଚେହେରା ଚିହ୍ନିବା ଟେକନୋଲୋଜିର ଆରମ୍ଭ କରିଛନ୍ତି। ଏହା ଦ୍ୱାରା ପେନସନ ଉପଭୋକ୍ତାମାନେ ସହଜରେ ସେମାନଙ୍କ ପରିଚୟ ଦେଇପାରିବେ। ଏହି ପଦକ୍ଷେପ ଦ୍ୱାରା ଅବସର ପାଇସାରିଥିବା ୬୮ ଲକ୍ଷରୁ ଅଧିକ କେନ୍ଦ୍ରୀୟ ସରକାରୀ ପେନସନ ଉପଭୋକ୍ତାଙ୍କ ସହିତ କ୍ଷେତ୍ର ବାହାରେ ଥିବା ଇପିଏଫଓ କର୍ମୀ ଓ ରାଜ୍ୟ ସରକାରର ପେନସନ ଉପଭୋକ୍ତାମାନେ ଉପକୃତ ହେବେ। ଏହାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁଭାରମ୍ଭ କରିଛନ୍ତି।