ସାବରମତୀ ଆଶ୍ରମ ପହଂଚିଲେ ସଲମାନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ୍: ଦି ଫାଇନାଲ ଟ୍ରୁଥ’ ରିଲିଜ ହୋଇସାରିଛି। ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି। ସଲମାନ ଏବେ ଫିଲ୍ମର ପ୍ରଚାର ପାଇଁ ଅହମ୍ମଦାବାଦରେ ଅଛନ୍ତି। ଏହି ସମୟରେ ସଲମାନ ସାବରମତୀସ୍ଥିତ ମହାତ୍ମା ଗାନ୍ଧୀ ଆଶ୍ରମ ପହଂଚିଛନ୍ତି। ସେଠାରେ ସେ ଚରଖା ଚଲାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଅନ୍ତିମ୍ ଫିଲ୍ମରେ ସଲମାନଙ୍କ ସହ ଆୟୁଷ ଶର୍ମା ଓ ମହିମା ମକବାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ଶୁକ୍ରବାର ୫.୩, ଶନିବାର ୬.୩ ଓ ରବିବାର ୭.୫୫ କୋଟି ଟଙ୍କା ରୋଜଗାର କରିଛି। ଫଳରେ ୩ ଦିନରେ ଫିଲ୍ମଟି ମୋଟ ୧୮.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି।