ଘନୀଭୂତ ହେଉଛି ଲଘୁଚାପ, କାଲିଠୁ ଓଡ଼ିଶା ସମେତ ଆନ୍ଧ୍ରରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଫଳରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶରେ କାଲିଠୁ ଡିସେମ୍ବର ୨ ତାରିଖ ଯାଏଁ ଭୀଷଣ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନୀ ଆର କେ ଜେନାମଣୀ ସୂଚନା ଦେଇଛନ୍ତି। ସେହିପରି ଆରବସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଗୁଜୁରାଓ, କୋନକଣ ଓ ମଧ୍ୟ ମହାରାଷ୍ଟ୍ରରେ ଡିସେମ୍ବର ୧ ତାରିଖରେ ବର୍ଷା ହେବାରୁ ଅଶଙ୍କା ରହିଛି। ଏହାର ପ୍ରଭାବରେ ଦିଲ୍ଲୀ, ରାଜସ୍ଥାନ, ହରିଆଣା, ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି।