- ଜଗତସିଂହପୁର, ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମଙ୍ଗଳବାର କେନ୍ଦ୍ରୀୟ ଟିମ ଜିଲ୍ଲା ପରିଦର୍ଶନରେ ଆସି ଟିକାକରଣ, ଟେଷ୍ଟିଂ ଓ କୋଭିଡ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରି ଜିଲ୍ଲାରେ ଗତ କିଛିଦିନ ହେବ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହୁଥିବାବେଳେ ଦୈନିକ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବୋଲି କହିଥିଲେ। ଜିଲ୍ଲାରେ ଅଧିକ ସଂଖ୍ୟକ ଟେଷ୍ଟିଂ ପାଇଁ ଭୁବନେଶ୍ୱର ପଠାଯାଉଥିବାରୁ ତୁରନ୍ତ ପଜିଟିଭ୍ ଚିହ୍ନଟ ହେବାରେ ବିଳମ୍ବ ହେଉଥିବା କୁହାଯାଇଛି। ଏହି ଟିମ୍ ଟିକାକରଣ କେନ୍ଦ୍ର ବୁଲି ଦେଖିବା ସହିତ ଅଧିକ ମାତ୍ରାରେ ଟିକାକରଣ କରିବାକୁ ପରାମର୍ଶ ଦେଇଥିଲେ। କୋଭିଡ୍ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି କେନ୍ଦ୍ରୀୟ ଟିମକୁ କହିଛନ୍ତି। ଜିଲ୍ଲାରେ କୋଭିଡ୍ ପରିଚାଳନା ସନ୍ତୋଷଜନକ ବୋଲି ଟିମ୍ର ମୁଖ୍ୟ ଶିବାନୀ ଦତ୍ତ ପ୍ରକାଶ କରିଛନ୍ତି। ପରେ ଏହି ଟିମ ପାରାଦୀପ କୋଭିଡ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ।