କାଲି କେରଳ ଯିବ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ କେରଳରେ ଏବେ ବି ସ୍ଥିତି ଗମ୍ଭୀର ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୬ ସଦସ୍ୟ ବିଶିଷ୍ଟ ଏକ ଟିମକୁ କେରଳ ପଠାଇବାର ନିଷ୍ପତ୍ତି ନେଇଛି। ଏନଡିସିପି ନିର୍ଦ୍ଦେଶକ ଏସ କେ ସିଂହଙ୍କ ନେତୃତ୍ୱରେ ଟିମ୍ ଆସନ୍ତାକାଲି କେରଳ ଗସ୍ତ କରିବ। ଏଥିସହିତ ଯେଉଁ ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ରହିଛି ସେହି ଜିଲ୍ଲାକୁ ଯାଇ ସ୍ଥିତି ପରଖିବ। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡବିୟା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କେରଳରେ ଗତ ୨୪ ଘଣ୍ଟାରେ ୨୨ହଜାର ୫୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ଲକ୍ଷ ୨୭ହଜାର ୩୦୧ ହୋଇଥିବାବେଳେ ୧୬ହଜାର ୪୫୭ ଜଣଙ୍କର ମୃତ୍ୟୁ ଘଟିଛି।