ଶିମିଳିପାଳ ଗସ୍ତରେ କେନ୍ଦ୍ରୀୟ ଟିମ; ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିବେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିମିଳିପାଳରେ ନିଆଁ ଲାଗିବା ଘଟଣାର ତଦନ୍ତ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ। କେନ୍ଦ୍ରୀୟ ଟିମରେ ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥରିଟିର ଆଇଜି ସଦସ୍ୟ ଅମିତ୍ ମଲିକ ଅଛନ୍ତି। ପୂର୍ବରୁ ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ଅଛନ୍ତି। ପରେ କେନ୍ଦ୍ରୀୟ ଟିମ‌ର ଏହି ଦୁଇ ସଦସ୍ୟ ଶିମିଳିପାଳ ଗସ୍ତରେ ଯାଇଛନ୍ତି। ସେଠାକୁ ଯାଇ ନିଆଁ ଲାଗିବା କାରଣ ଓ ନିରାକରଣର ଅନୁଧ୍ୟାନ କରିବେ।

ଗତକାଲି ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ପରେ ବାରିପଦାରେ ପହଞ୍ଚିଥିଲେ ଅତିରିକ୍ତ ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ମୋନା ଶର୍ମା। ମୟୂରଭଞ୍ଜ ଜିଲ୍ଲାପାଳ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ, ଉତ୍ତର ଏବଂ ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବନବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲରେ ନିଆଁ କିପରି ଲାଗିଲା ଓ ଏହାକୁ ନେଇ ନିୟନ୍ତ୍ରଣ ବ୍ୟବସ୍ଥା କ’ଣ ହୋଇଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।