ଭାରତରେ ନିଷିଦ୍ଧ ହେଲା ଟିକଟକ୍ ସମେତ ୫୯ଟି ଚାଇନିଜ ଆପ୍

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ନିଷିଦ୍ଧ ହେଲା ଲୋକପ୍ରିୟ ଚାଇନିଜ ଆପ ଟିକଟକ୍। ଟିକଟକ୍ ସମେତ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଚାଇନିଜ୍ ଆପ ମଧ୍ୟରେ ରହିଛି , ଜୁମ, ସେୟାରଇଟ, ୟୁସି ବ୍ରାଉଜର, ଜେଣ୍ଡର, ୱେଇବୋ, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର, ୱଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଡିୟୁ ପ୍ରାଇଭେସି, କ୍ୱିଇ, କ୍ସାସ ଅଫ କିଙ୍ଗ, ସେଇନ, ଏମଆଇ କମ୍ୟୁନିଟି, ଭାଇରସ କ୍ଲିନର, ରୋମିଓ, ବ୍ୟୁଟ୍ରି ପ୍ଲସ୍, କ୍ୟୁକ୍ୟୁ ମେଲ, ୱିବୋ, କ୍ୟୁକ୍ୟୁ ମ୍ୟୁଜିକ, କ୍ୟୁକ୍ୟୁ ନ୍ୟୁଜଫିଡ, ମେଲ ମାଷ୍ଟର, ଡିୟୁ ରେକର୍ଡର, ଡିୟୁ ବ୍ରାଉଜର, ଡିୟୁ କ୍ଲିନର, ହଗୋ ପ୍ଲେ ୱିଥ ନ୍ୟୁ ଫ୍ରେଣ୍ଡସ, ଫଟୋ ୱାଣ୍ଡର, ୱାଣ୍ଡର କ୍ୟାମେରା ୱିମିଟ, ମାଇ ଭିଡିଓ କଲ୍‌-ସାଓମି ଏବଂ ପାରାଲେଲ୍‌ ସ୍ପେସ୍‌ ଇତ୍ୟାଦି।

ଏହି ଚାଇନା ମୋବାଇଲ ଆପ୍ ଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗତ ସପ୍ତାହରେ ଭାରତୀୟ ଗୁଇନ୍ଦାସଂସ୍ଥା ସତର୍କତା ଜାରି କରିଥିଲେ।