ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ ମୁକାବିଲାସ୍ଥିତି ସମୀକ୍ଷା କରିଥିଲେ। ଏହାସହ ଜୁଲାଇ ମାସରେ ଏହି ମହାମାରୀ ମୁକାବିଲାର ରୂପରେଖ କିଭଳି ରହିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି। ଜୁଲାଇ ମାସରେ କୋଭିଡ୍ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କଟକଣାକୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିମ୍ନୋକ୍ତ ୯ଟି କଥାକୁ ଗୁରୁତ୍ୱର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ କରାଯିବ।
-ପଞ୍ଚାୟତ ଓ ଟିଏମସିରେ କୋଭିଡ କେୟାର ହୋମ ବ୍ୟବସ୍ଥା କରାଯିବ।
-କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ।
-ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ସତର୍କତା ଅବଲମ୍ବନ କରିବେ।
-ସରକାରୀ କାର୍ଯ୍ୟାଳୟକୁ କରୋନାଠୁ ଦୂରେଇ ରଖିବାକୁ ପଦକ୍ଷେପ
-ମାସ୍କ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ନ ରଖୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଜିରୋ ଟଲରାନ୍ସ ବା ଶୂନ୍ୟ ସହନୀୟତା ନୀତି ଅବଲମ୍ବନ କରାଯିବ।
-ଘରୋଇ ହସ୍ପିଟାଲଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ନେବେ।
-ହଟସ୍ପଟ ଅଞ୍ଚଳ ପାଇଁ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ପଦକ୍ଷେପ ନେବେ।
-ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ।