ପିଏଫ୍‌ଆଇକୁ ୫ ବର୍ଷ ପାଇଁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: ୫ ବର୍ଷ ପାଇଁ ବ୍ୟାନ ଘୋଷିତ ହେଲା ଇସଲାମିକ ସଂଗଠନ ପିଏଫ୍‌ଆଇ । ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । ପିଏଫଆଇ ସମେତ ଅନ୍ୟ ୯ ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଇଛି କେନ୍ଦ୍ର । ପୂର୍ବରୁ ସଂଗଠନର ଏକାଧିକ କାର୍ଯ୍ୟକର୍ତ୍ତା ଦେଶ ବିରୋଧୀ କାର୍ଯ୍ୟକଳାପ ତଥା ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇସାରିଛନ୍ତି ।

ଗତକାଲି ମଧ୍ୟ ସଂଗଠନର ବିଭିନ୍ନ ଶାଖା ଓ ଆଡ୍ଡା ଉପରେ ଦେଶବ୍ୟାପୀ ଚଢାଉ କରିଥିଲେ ମିଳିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗତକାଲି କାର୍ଯ୍ୟାନୁଷ୍ଠାନରେ ବହୁ ସଦସ୍ୟଙ୍କୁ ଆତଙ୍କୀ ଲିଙ୍କରେ ଗିରଫ କରାଯିବା ପରେ ଆଜି ଏହି ବଡ ନିଷ୍ପତ୍ତି ଗ୍ରହଣ କରିଛି କେନ୍ଦ୍ର ସରକାର ।