ଭୁବନେଶ୍ବରରୁ ତିରୁପତିକୁ ଗଡିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର,ଏନ୍ଏନ୍ଏସ୍: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ବରରୁ ତିରୁପତିକୁ ଗଡିବ ସ୍ବତନ୍ତ୍ର ଟ୍ରେନ । ପୂଜା ଛୁଟି ସମୟରେ ତିରୁପତି ପରିଦର୍ଶନ କରିବା ପାଇଁ ଏହା ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍, ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ । ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ଏବଂ ବିଜୟନଗରମ ଯାତ୍ରୀମାନେ ଏଥିରେ ଉପକୃତ ହେବେ ।

୦୨୮୦୯/୦୨୮୧୦ ଭୁବନେଶ୍ବର-ତିରୁପତି-ଭୁବନେଶ୍ବର ସାପ୍ତାହିକ ସୁପରଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ବରଠାରୁ ୧ ଅକ୍ଟୋବରରୁ ୨୯ ଅକ୍ଟୋବର ୨୦୨୨ ମଧ୍ୟରେ ପ୍ରତ୍ୟେକ ଶନିବାର ଅପରାହ୍ନ ୧ଟା ୩୦ ମିନିଟରେ ଛାଡି ତିରୁପତି ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ତିରୁପତିରୁ ୨ ରୁ ୩୦ ଅକ୍ଟୋବର ୨୦୨୨ ମଧ୍ୟରେ ପ୍ରତ୍ୟକ ରବିବାର ରାତ୍ରି 8 ଘଟିକାରେ ଛାଡି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ ।

ଏହି ଟ୍ରେନ ଭୁବନେଶ୍ବର ଓ ତିରୁପତି ମଧ୍ୟରେ ଉଭୟ ପାର୍ଶ୍ବରୁ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ଦୁଭାଡା, ଆନ୍ନାଭରମ, ସମାଲକୋଟ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ଓଙ୍ଗଲ, ନେଲୋର, ଗୁଡୁର ଏବଂ ରେଣିଗୁଣ୍ଟା ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ୧୬ ଟି ଏସି-୩ ଟାୟାର କୋଚ ଏବଂ ଦୁଇଟି ଗାର୍ଡ-ଲଗେଜ୍ ତଥା ଜେନେରେଟର କାର୍ କୋଚ୍ ଉପଲବ୍ଧ ଅଛି ।