ରଥ ନିର୍ମାଣ ପାଇଁ କେନ୍ଦ୍ରର ଗ୍ରୀନ ସିଗନାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରଥ ନିର୍ମାଣ କାର୍ୟ୍ୟ ପାଇଁ କେନ୍ଦ୍ର ଗ୍ରୀନ ସିଗନାଲ ଦେଇଛି । ପୁରୀରେ ରଥ ନିର୍ମାଣକୁ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀ ଓ ବ୍ରହ୍ମଗିରି ବିଧାୟକ । ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଲଳିତେନ୍ଦୁ ମହାମାତ୍ର କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ଅସ୍ମିତାର ପରିଚୟ ।

ମହାପ୍ରଭୁଙ୍କ ରଥଯାତ୍ରା ସାଢ଼େ ୪ କୋଟି ଓଡ଼ିଆ ଓ ସନାତନ ଧର୍ମରେ ଆସ୍ଥା ପ୍ରକଟ କରୁଥିବା ଲୋକଙ୍କ ଭାବନା ସହ ଜଡ଼ିତ। ତେବେ ରଥ ନିର୍ମାଣକୁ ନେଇ ଲାଗିରହିଥିବା ଅନିଶ୍ଚିତତାକୁ ଦୂର କରି ରଥନିର୍ମାଣ ପାଇଁ ଅନୁମତି ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସାଢ଼େ ୪ କୋଟି ଓଡ଼ିଆଙ୍କୁ ଆଶ୍ୱସ୍ତ କରିଛି ବୋଲି କହିଛନ୍ତି ଏହି ଦୁଇ ବିଧାୟକ।

ଏହାସହ ରଥ ନିର୍ମାଣ ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ମହାପାତ୍ର ।