ବନ୍ଦେ ଭାରତ ମିଶନରେ ୟୁଏଇରୁ ଫେରିଲେ ୩୬୩ ଭାରତୀୟ

ନୂଆଦିଲ୍ଲୀ,ଏଜେନ୍ସି: ଲକଡାଉନ କାରଣରୁ ଦେଶ ବିଦେଶରେ ଫସି ରହିଥିବା ଅନେକ ପ୍ରବାସୀ ଭାରତୀୟଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଗତକାଲି ଠାରୁ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି। ଏହାର ପ୍ରଥମ ପର୍ଯ୍ୟାୟରେ ଗୁରବାର ୨ ଟି ଆନ୍ତର୍ଜାତୀୟ ବିମାନ ଯୋଗେ ୩୬୩ ଭାରତୀୟ ନାଗରିକ କେରଳରେ ପହଁଚିଛନ୍ତି। ତେବେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନ କୋଝିକୋଡ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏବଂ ଦ୍ଵିତୀୟ ବିମାନ କୋଚିନ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଓହ୍ଲାଇଛି। ଭାରତ ସରକାରଙ୍କ ବନ୍ଦେ ମିଶନ ଆଧାରରେ ଭାରତୀୟ ଲୋକଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଉଛି।

କୋଝିକୋଡ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଓହ୍ଲାଇଥିବା ବିମାନ ଦୁବାଇ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଫେରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ୧୭୭ ଭାରତୀୟ ନାଗରିକ ସବାର ଥିଲେ। ବିମାନ ବନ୍ଦରରେ ପହଁଚିବା ପରେ ଏହି ସବୁ ଲୋକଙ୍କ ସ୍କ୍ରିନିଂ କରାଯାଇଛି। ଏବେ ସେମାନେ ୧୪ ଦିନିଆ କ୍ଵାରେଣ୍ଟାଇନରେ ରହିବେ। ତେବେ ଅନ୍ୟ ଦେଶ ଗୁଡ଼ିକରେ ଫସିଥିବା ଲୋକମାନଙ୍କୁ ଫେରାଇ ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି।

ସେହିପରି କୋଚିନ ବିମାନ ବନ୍ଦରରେ ୧୮୧ ଜଣ ଭାରତୀୟ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଲୋକଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଇଛି। ସେମାନଙ୍କୁ ଆଇସୋଲେଶନ ବୋର୍ଡରେ ଭର୍ତ୍ତି କରାଯାଇଛି।