ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ମୋଦୀ ନ୍ୟୁୟର୍କରେ ଆସନ୍ତାକାଲି ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୬ତମ ଅଧିବେସନକୁ ସମ୍ବୋଧିତ କରିବେ। ଖାସ୍ କଥାଟି ହେଲା, ୟୁଏନଜୀଏରେ ମୋଦୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ସୁପ୍ରସିଦ୍ଧ ସେଫ୍ ବିକାଶ ଖନ୍ନାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାର ଦାୟିତ୍ୱ ମିଳିଛି। ଏନେଇ ବିକାଶ ଖୁବ୍ ଉତ୍ସାହିତ ଅଛନ୍ତି।
ସୂଚନାଯୋଗ୍ୟ, ମୋଦୀ ଆମେରିକା ଉପରାଷ୍ଟ୍ରପତି କମଲା ହେରିସଙ୍କୁ ଭେଟି ସାରିଥିବାବେଳେ ଆଜି ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବେ। ମୋଦୀ- ବାଇଡେନଙ୍କ ମଧ୍ୟରେ ହେବାକୁ ଥିବା ଏହି ଦ୍ୱିପାକ୍ଷିକ ସାକ୍ଷାତ ଭାରତୀୟ ସମୟାନୁସାରେ ରାତି ୮ଟା ୩୦ରେ ହେବ। ରାଷ୍ଟ୍ରପତି ହେବା ପରେ ବାଇଡେନ ପ୍ରଥମଥର ପାଇଁ ମୋଦୀଙ୍କୁ ଭେଟିବାକୁ ଯାଉଛନ୍ତି।