ବିଶ୍ୱ ହେପାଟାଇଟିସ୍ ଦିବସ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଟିର୍ଲୀଅମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁର ଏବଂ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ରଞ୍ଜନ କୁମାର ବେହେରା ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡା. ମଳୟ କୁମାର ତ୍ରିପାଠୀ ଓ ଡିପିଏଚଓ ନବରଙ୍ଗପୁର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ହେପଟାଇଟିସ ରୋଗର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏପିଡମିଓଲୋଜିଷ୍ଟ ଡା. ଶିଳ୍ପୀ ଦାସ ଏବଂ ମାଇକ୍ରୋ ବାୟୋଲୋଜିଷ୍ଟ ଅର୍ଦ୍ଧେନ୍ଦୁ ଭୂଷଣ ପ୍ରଧାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ପରିବେଷଣ କରିଥିଲେ । ବିଶେଷଜ୍ଞ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ ଓ ରବୀନ୍ଦ୍ର ମାଳି ଯୋଗ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।