ଜୁଲାଇ ୩୧ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଅନେକ କଳ୍ପନା ଜଳ୍ପନା ପରେ ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ରେଜଲ୍ଟ ବାହାରିବ। ଏଥିସହିତ କେଉଁ ଫର୍ମୁଲାରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ସୁପ୍ରିମକୋର୍ଟକୁ ସିବିଏସଇ ଜଣାଇଦେଇଛି। ଫର୍ମୁଲା ମୁତାବିକ, ଏଥର ୩୦:୩୦: ୪୦ ଅନୁପାତରେ ପିଲାଙ୍କୁ ମାର୍କ ଦିଆଯିବ। ଅର୍ଥାତ୍ ଦଶମରୁ ୩୦, ଏକାଦଶରୁ ୩୦ ଓ ଦ୍ୱାଦଶ ପ୍ରି-ବୋର୍ଡରୁ ୪୦ ପ୍ରତିମତ ମାର୍କକୁ ମିଶାଇ ମୂଲ୍ୟାଙ୍କନ କରାଯିବ। ଦଶମ ଓ ଏକାଦଶର ଶ୍ରେଷ୍ଠ ପ୍ରଦର୍ଶନ ଥିବା ୩ଟି ପେପରରୁ ୩୦ ପ୍ରତିଶତ ମାର୍କ ଦିଆଯିବ। ଦ୍ୱାଦଶ ପ୍ରି-ବୋର୍ଡ ୟୁନିଟ, ଟର୍ମ ଓ ପ୍ରାକ୍ଟିକାଲ ପରୀକ୍ଷାରୁ ୪୦ ପ୍ରତିଶତ ମାର୍କ ଦିଆଯିବ। ଖାସ୍ କଥାଟି ହେଲା, ଏହି ମୂଲ୍ୟାୟନକୁ ନେଇ ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠ ସନ୍ତୁଷ୍ଟ ଅଛନ୍ତି।