କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ ଯୁକ୍ତ ୨ ମୂଲ୍ୟାୟନରେ ମ୍ୟାଟ୍ରିକ ପରୀକ୍ଷାଫଳ ମୁଖ୍ୟ ଆଧାର ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି। ଆଜି ବିଶେଷଜ୍ଞ ଟିମର ରିପୋର୍ଟ ହସ୍ତାନ୍ତର କରିବା ନେଇ ଆଶା ରଖିଛୁ ବୋଲି ଉପାଧ୍ୟକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ୧୪ ଜଣିଆ ବିଶେଷଜ୍ଞ ଟିମ୍ ଗଠନ ହୋଇଥିଲା। ଆଉ ୧୦ ଦିନ ଭିତରେ ବିଶେଷଜ୍ଞ କମିଟି ରିପୋର୍ଟ ଦେବାକୁ ସ୍ଥିର ହୋଇଥିଲା।