ପାଟଣାଗଡ଼ ବିଧାୟକଙ୍କ ସହାୟତାରେ ରାସ୍ତା କାମ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସହରସ୍ଥିତ ବ୍ଲକ ଛକରେ ଥିବା ପାଟଣାଗଡ଼-କଣ୍ଟାବାଞ୍ଜି ଓ ପାଟଣାଗଡ଼-ପଦ୍ମପୁର ରାସ୍ତା ଛକରେ ରାସ୍ତା ଶୋଚନୀୟ ଅବସ୍ଥାରେ ଥିଲା। ଫଳରେ ଦୁର୍ଘଟଣା ହେବା ସହ ଯାତାୟତରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ବାରମ୍ବାର ପୂର୍ତ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ କର୍ତୃପକ୍ଷଙ୍କ ଦୃଷ୍ଟି ପଡୁନଥିବାରୁ ଉକ୍ତ ସ୍ଥାନରେ ପ୍ରାୟ ୧୦ ଟ୍ରିପ ପଥର ଗୁଣ୍ଡ ପକାଇ ବିଧାୟକ ସରୋଜ ମେହେର ମରାମତି କାର୍ଯ୍ୟ କରାଇଥିଲେ।