ସିବିଏସଇର ଦଶମ ଓ ଦ୍ୱାଦଶ ପାଠ୍ୟଖସଡ଼ା ଘୋଷଣା

  • ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ପାଠ୍ୟଖସଡ଼ା ଘୋଷଣା କରିଛି। ୨୦୨୧ ବ୍ୟାଚ୍ ପାଇଁ ବୋର୍ଡ ପରୀକ୍ଷା ଦୁଇଟି ଭାଗରେ ୫୦ ପ୍ରତିଶତ ସିଲାବସ୍ ସହିତ ହେବ। ଗୋଟିଏ ଭାଗରେ ୫୦ପ୍ରତିଶତ ସିଲାବସ ସହିତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
    ସିବିଏସ୍ଇ ଏକ ବିବୃତ୍ତିରେ କହିଛି ଯେ, ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ବିଷୟଗୁଡ଼ିକର ଅନ୍ତଃ- ସଂଯୋଗକୁ ଦୃଷ୍ଟିରେ ରଖି ବ୍ୟବସ୍ଥିତ ପଦ୍ଧତି ଅନୁସରଣ କରି ସିଲାବସ୍ ଦୁଇଟି ଭାଗରେ ବିଭକ୍ତ ହେବ। ବୋର୍ଡ ପ୍ରତ୍ୟେକ ଅବଧି ଶେଷରେ ସିଲାବସ୍ ଆଧାରରେ ପରୀକ୍ଷା ପରିଚାଳନା କରିବ। ମହାମାରୀ କାରଣରୁ ସ୍କୁଲରେ ପାଠପଢା ବନ୍ଦ ରହିଛି। ଛାତ୍ରଛାତ୍ରୀ ଏବେ ଅନଲାଇନରେ ପାଠ ପଢୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଉପରୁ ଚାପ କମ କରିବା ପାଇଁ ଗତବର୍ଷ ସିଲାବସ ୫୦ ପ୍ରତିଶତ କମ କରାଯାଇଥିବାବେଳେ ଚଳିତବର୍ଷ ମଧ୍ୟ ସମାନ ନିଷ୍ପତ୍ତି ନେଇଛି ବୋର୍ଡ।