୨୩ଟି ରୁଟରେ ଚାଲିବ ଓଏସଆରଟିସି ବସ

  • ଭୁବନେଶ୍ୱର: ମଙ୍ଗଳବାରଠାରୁ ୪୩ଟି ରୁଟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ବସ ଚଳାଚଳ କରିବ। କ୍ୟାଟେଗୋରୀ-ଏ ଜିଲ୍ଲାରେ ଥିବା ରୁଟରେ ବସିବା କ୍ଷମତା ସହ ବସ ଚାଲିବ। ବସଗୁଡ଼ିକ ଓଏସଆରଟିସିର ୧୬ଟି ଡିପୋରୁ ଚଳାଚଳ କରିବ ବୋଲି ଓଏସଆରଟିସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ବସରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ। କେବଳ ବସିବା କ୍ଷମତା ଅନୁସାରେ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ। କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ମାସ୍କ ପିନ୍ଧିନଥିବା ଯାତ୍ରୀ ବସରେ ଯାଇପାରିବେ ନାହିଁ।