ସିବିଆଇ ତଦନ୍ତ ଦାବି କଲେ ସୌମ୍ୟଙ୍କ ପରିବାର

  • ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ତଦନ୍ତରେ କୌଣସି ଅଗ୍ରଗତି ପରିଲକ୍ଷିତ ହେଉନଥିବା ଅଭିଯୋଗ ହୋଇଛି। ତଦନ୍ତ ଅଗ୍ରଗତିରେ ପୁଲିସର ଭୂମିକା ନେଇ ସୌମ୍ୟଙ୍କ ଭାଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟିଗଲାଣି। ମୃତ୍ୟୁକୁ ୨୧ ଦିନ ବିତିଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ସିବିଆଇ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସୌମ୍ୟଙ୍କ ଭାଇ କହିଛନ୍ତି।