ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ କପ୍ ସିରଫ ଜବତ, ଜଣେ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଅବକାରୀ ଇନ୍ସପେକ୍ଟର ଉଦେଲାଲ ନାୟକଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ପାଟଣାଗଡ଼ ଉଳବା ଗାଁରେ ଚଢ଼ଉ କରି ବ୍ୟାପକ ପରିମାଣର କପ୍ ସିରଫ ଜବତ କରିଛନ୍ତି। ଉକ୍ତ ଗାଁର ଦୁର୍ଯ୍ୟୋଧନ ପଟେଲଙ୍କ ବାସଭବନ ନିକଟରେ ଥିବା ଏକ ପାଳ ଗଦାରୁ ଏହି ବେଆଇନ ୪୧୫ ବୋତଲ କପ୍ ସିରଫ ଜବତ ହୋଇଛି।

ଏନେଇ ଦୁର୍ଯ୍ୟୋଧନ ପଟେଲଙ୍କୁ ଗିରଫ କରାଯାଇ ପାଟଣାଗଡ଼ ଅବକାରୀ ବିଭାଗ ଅଫିସକୁ ଆଣି ଅଧିକ ପଚରାଉଚରା କରାଯାଉଛି। ଏଥିସହିତ ଅଭିଯୁକ୍ତ ବିରୋଧରେ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବସ୍ଟାନସେସ୍ (ଏନଡିପିଏସ) ଧାରାରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଉଦେଲାଲ ନାୟକ କହିଛନ୍ତି।