ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଖୋଲିଥିବା ବେସରକାରୀ ମହାବିଦ୍ୟାଳୟଙ୍କରେ ଦିନକୁଦିନ ନକଲି ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଉପଖଣ୍ଡର ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୁମାଭଟାସ୍ଥିତ ବୀଣାପାଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜନୈକ ଇଂରାଜୀ ଅଧ୍ୟାପକ ଲାଲବନ୍ଧାଦୂର ରଣା ଏବଂ ମଣ୍ଡଳସ୍ଥିତ ଜଗନ୍ନାଥ ଦେବ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ନରୋତ୍ତମ ବେହେରା ନକଲି ମୂଲ୍ୟାୟନ ପତ୍ର ଦାଖଲ କରି ଦୀର୍ଘଦିନ ଧରି କାର୍ଯ୍ୟ କରି ଆସିଥିଲେ । ଉଭୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏକଥା ଜାଣିବା ପରେ ନକଲି ଅଧ୍ୟାପକଦ୍ୱୟଙ୍କ ବିରୁଦ୍ଧରେ ବେଲପଡ଼ା ଥାନାରେ ଲିଖିତ ଏତଲା ଦାୟର କରିଥିବା ଜଣାପଡ଼ିଛି ।