୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ । ୨୩ରୁ ଆରମ୍ଭ ହେଉଥିବା ପରୀକ୍ଷା ୩୦ ତାରିଖରେ ଶେଷ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ଲକ୍ଷ ୩୨ହଜାର ୭୧୨ଜଣ ପରୀକ୍ଷା ଦେବେ । ୩୦୨୯ଟି ସେଣ୍ଟରରେ ପରୀକ୍ଷା ହେବ । ୩୧୬ଟି ନୋଡ଼ାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ । ପରୀକ୍ଷା ପାଇଁ ଆଜିଠୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ମିଳିବ । ମଧ୍ୟମା ଓ ଓପନ ସ୍କୁଲ ପାଇଁ ୧୭ ତାରିଖରୁ ଆଡମିଟ କାର୍ଡ ମିଳିବ ବୋଲି ଜଣାପଡ଼ିଛି ।