ପିଏମ୍ କିଷାନ ସମ୍ମାନ ନିଧି ଯୋଜନା: ୮ମ ପର୍ଯ୍ୟାୟରେ ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୮ମ ପର୍ଯ୍ୟାୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପ୍ରକ୍ରିୟା ଏପ୍ରିଲ ୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଏହି ଯେଜାନା ଅନୁସାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ ୩ଟି କିସ୍ତିରେ ଆସିବ। ଅର୍ଥାତ ବର୍ଷକୁ ୬୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ। ଏଥର ୧୧ କୋଟି ୬୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରଥମ କିସ୍ତି ଟଙ୍କା ଏପ୍ରିଲ ୧ରୁ ଜୁଲାଇ ୩୧ ମଧ୍ୟରେ ଚାଷୀଙ୍କୁ ଦେବେ। ସେହିପରି ଦ୍ୱିତୀୟ କିସ୍ତି ଅଗଷ୍ଟ ୧ରୁ ନଭେମ୍ବର ୩୦ ମଧ୍ୟରେ ଓ ତୃତୀୟ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଦିଆଯିବ। ଚଳିତ ଥର ଆର୍ଥିକ ବର୍ଷ ୨୦୨୧-୨୨ର ପ୍ରଥମ କିସ୍ତିରେ ୨୦୦୦ ଲେଖାଏଁ ଟଙ୍କା ଜମା ହେବା ପ୍ରକ୍ରିୟା ଜାରି ରହିଛି।