ଆଫଗାନିସ୍ତାନରେ କାରବୋମା ବିସ୍ଫୋରଣ, ୧୧ ମୃତ

କାବୁଲ,ଏଜେନ୍ସି: ଗୁରୁବାର ଆଫଗାନିସ୍ତାନର ଏକାଧିକ ସ୍ଥାନରେ ଆତଙ୍କବାଦୀଙ୍କ କାରବୋମା ବିସ୍ଫୋରଣରେ ୧୧ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଗୁରୁକର ଆହତ ହୋଇଛନ୍ତି। ଉରୁଜଗାନ ପ୍ରଦେଶସ୍ଥିତ ଏକ ସେନାଛାଉଣୀ ନିକଟରେ ବିସ୍ଫୋରକ ବୋଝେଇ କାରକୁ ଡିଟୋନେଟର ଜରିଆରେ ବିସ୍ଫୋରଣ ଘଟାଇବା ଫଳରେ ୬ ଜଣ ପୁଲିସ ପ୍ରାଣ ହରାଇଛନ୍ତି। ସେହିପରି ହେଲମଣ୍ଡ ପ୍ରଦେଶରେ ଅନ୍ୟ ଏକ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଆହତ ହୋଇଛନ୍ତି। ଆକ୍ରମଣ ପଛରେ ତାଲିବାନ ଆତଙ୍କବାଦୀ ସଂଗଠନର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି।