ଦୁର୍ଘଟଣାରେ ଏମସିଏଲ୍ କର୍ମଚାରୀ ମୃତ: ସମ୍ବଲପୁର

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ହୀରାକୁଦ ରେଳଷ୍ଟେସନ ନିକଟରେ ରବିବାର ଏକ କାର୍ ଧକ୍କାରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ଜଣଙ୍କ ଏମସିଏଲ୍ହୀରାକୁଦର କର୍ମଚାରୀ ରାଜେନ୍ଦ୍ର ମିଶ୍ରା। ସୂଚନା ଅନୁସାରେ ରାଜେନ୍ଦ୍ର ଅଫିସ ଯାଉଥିବାବେଳେ ଏହି ଅଘଟଣ ଘଟିଛି। କାରଟି ଦ୍ରୁତଗତିରେ ଆସି ତାଙ୍କ ସ୍କୁଟରକୁଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପରେ ଘଟଣାସ୍ଥଳରେ ହୀରାକୁଦ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ପରିପ୍ରେକ୍ଷୀରେ କାର୍ ଚାଳକ ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡ଼ିଛି।