୫ ଆନ୍ତଃଜିଲ୍ଲା ଡକାୟତ ଗିରଫ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ପୁଲିସ ୫ଜଣ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିଥିବା ଏକ ପ୍ରେସମିଟରେ ଏସିପି କୁଅଁର ବିଶାଲ ସିଂ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ଏହି ଡକାୟତ ଗ୍ୟାଙ୍ଗଟି ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ ଅନ୍ୟାନ୍ୟ ଜିଲ୍ଲାରେ ଡକାୟତି ଘଟଣା ସହିତ ସମ୍ପୃକ୍ତ ଥିବା ଏସ୍‌ପି ସିଂ କହିଛନ୍ତି। ତେବେ ଏହି ଗ୍ୟାଙ୍ଗଟି ସମ୍ବଲପୁର ଅଞ୍ଚଳରେ ବଡ଼ ଧରଣର ଡକାୟତି କରୁଥିବା ଖବରପାଇ ସମ୍ବଲପୁର ପୁଲିସ ତାଙ୍କୁ ଗିରଫ କରିଛି। ଏହି ସମୟରେ ତାଙ୍କ ନିକଟରୁ ଗୋଟେ ଟାବଲେଟ୍, ଗୋଟେ ମୋବାଇଲ ଫୋନ, ଏକ ମୋଟରସାଇକଲ ଓ ୧୧ ହଜାର ନଗଦ ଟଙ୍କା ଜବତ ହୋଇଛି। ଗିରଫ ବ୍ୟକ୍ତି ହେଲେ ସୁରେଶ ଦେହୁରୀ, ରମାକାନ୍ତ ବାଦି, ରସାନନ୍ଦ କୁମ୍ଭାର, ବବୁଲ ବେହେରା ଏବଂ ସୈଲେନ୍ଦ୍ରକୁମାର ବେହେରା।