ତ୍ରିଶୂଳିଆ ବ୍ରିଜରେ କାର ଓ ଡମ୍ଫର ମୁହାଁମୁହିିଁ ଧକ୍କା

କଟକ,ଏନ୍ଏନ୍ଏସ୍: କଟକ ତ୍ରିଶୂଳିଆ ନେତାଜୀ ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଏକ କାର ଓ ଡମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସେତୁ ଉପରେ କଟକରୁ ଭୁବନେଶ୍ୱର ଯାଉଥିବା ଉକ୍ତ ଡମ୍ଫର ସହ ବାଙ୍ଗରାରୁ କଟକ ଆସୁଥିବା ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ଚେପା ହୋଇଯାଇଥିବା ବେଳେ ଚାଳକ ବହୁ ସମୟ ଚାପି ହୋଇ ରହିଥିଲେ। କାରର ବହୁ ଅଂଶ ଡମ୍ଫର ଭିତରକୁ ପଶିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚି ଡମ୍ଫର ଭିତରେ ଥିବା କାର ଭିତରେ ଅଂଶକୁ କାଟି ଗୁରୁତର ଚାଳକଙ୍କୁ ଉଦ୍ଧାର କରିଥିଲେ।