ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଆଜି ଜନ୍ମ ଦିନ। ଆଜି ସେ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି। ବିଗତ ୧୨ ବର୍ଷ ମଧ୍ୟରେ କୋହଲି ଜଣେ ଶ୍ରେଷ୍ଠସ୍ତରର ଯୁବ ଖେଳାଳି ଭାବେ ସମଗ୍ର ବିଶ୍ୱରେ ପରିଚୟ ହାସଲ କରିଛନ୍ତି। କୋହଲିଙ୍କ ନାମରେ ଅନେକ ଗୁଡ଼ିଏ ରେକର୍ଡ ରହିଛି। ବିରାଟ କୋହଲିଙ୍କ ଜନ୍ମଦିନ ଅବସରରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି।
ବିରାଟ କୋହଲି ୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କୋହଲିଙ୍କ ନେତୃତ୍ୱରେ ଭାରତ ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। କୋହଲି ପ୍ରଥମ ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୧ରେ ଖେଳିଥିଲେ। ଶ୍ରୀଲଙ୍କା ବିପକ୍ଷରେ ୨୦୦୮ରେ ଦିନିକିଆ କ୍ରିକେଟ ପ୍ରଥମେ ଖେଳିଥିଲେ। ବିରାଟ କୋହଲିଙ୍କ ନାମରେ ୪୩ଟି ଦିନିକିଆ ଓ ୨୭ ଟେଷ୍ଟ ଶତକ ସାମିଲ ଅଛି। ସେହିପରି ଦିନିକିଆରେ କୋହଲି ୧୧ ହଜାର ୮୬୭ ରନ ଓ ଟେଷ୍ଟରେ ୭ ହଜାର ୨୪୦ ରନ କରିଛନ୍ତି। ଭାରତ ପାଇଁ ସର୍ବାଧିକ ୭ଟି ଦ୍ୱି-ଶତକ ହାସଲ କରିଛନ୍ତି। ଏହି ମଧ୍ୟରେ ସେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ବିବାହ କରିଥିଲେ।