ସ୍ୱାସ୍ଥ୍ୟସେବା ଦିବସ ଉପଲକ୍ଷେ କେନୋପି ଉଦଘାଟନ

ଦେବଗଡ଼, ଏନ୍ଏନ୍ଏସ୍: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ଉପଲକ୍ଷେ ଏକ କେନୋପିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମନୋଜ କୁମାର ଉପାଧ୍ୟାୟ ଉଦଘାଟନ କରିଥିଲେ। କେନୋପି ମାଧ୍ୟମରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସ୍ୱାସ୍ଥ୍ୟସେବା ବିଷୟରେ ଲୋକମାନଙ୍କୁ ସୂଚନା ଦେବା ଏହି ଦିବସର ଲକ୍ଷ୍ୟ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ତୃଣମୂଳସ୍ତରରୁ ଲୋକମାନଙ୍କୁ ସଚେତନ କରିବେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଡା. ରମାକାନ୍ତ ପଣ୍ଡା, ଡା ବ୍ରଜକିଶୋର ଭୋଇ, ଡା ଜଗଦୀଶ ପ୍ରସାଦ ଦାଶ ଏବଂ ଡିପିଏମ୍ ଉମେଶ ଚନ୍ଦ୍ର ଷଢଙ୍ଗୀ ଉପସ୍ଥିତ ଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ନରେଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।