ଆସନ୍ତାକାଲିଠୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ। ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ କୋଭିଡ଼-୧୯ ସଂକ୍ରମଣ ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ସଂଗ୍ରହାଳୟ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଣୋ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼. ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି। ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ପରିସରକୁ ପ୍ରବେଶ କରିବା ପୂର୍ବରୁ ମୁଖ୍ୟ ପ୍ରବେଶଦ୍ୱାରରେ ସେମାନଙ୍କ ଶରୀରର ତାପମାତ୍ରା ଫୋରହେଡ଼୍ ସ୍କାନର ମେସିନ୍ ଦ୍ୱାରା ଯାଞ୍ଚ କରାଯାଇ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ। ପ୍ରତ୍ୟେକ ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ସଂଗ୍ରହାଳୟ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ପରସ୍ପର ମଧ୍ୟରେ ଅନ୍ୟୂନ ୧୦ଫୁଟ୍ ଦୂରତା ରକ୍ଷା କରିବେ। ପ୍ରତ୍ୟେକ ଦର୍ଶକ ମୁଖ୍ୟ ପ୍ରବେଶପଥ ଓ ସଂଗ୍ରହାଳୟ ପ୍ରବେଶପଥରେ ସେମାନଙ୍କ ହାତ ସାନିଟାଇଜ୍ କରିବା ମଧ୍ୟ ଜରୁରୀ ବୋଲି ମାର୍ଗଦର୍ଶିକାରେ ଦର୍ଶଯାଇଛି।