ବେଧଡକ୍ ଚାଲିଛି ଗଞ୍ଜେଇ ବେପାର, ରାଜ୍ୟ ବାହାରକୁ ଚାଲାଣ ବେଳେ ଜବତ୍ ହେଲା ୯୯୦ କେଜି ସବୁଜ ଜହର

ବାଲେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ସୀମା ଟପିବାରେ ଲାଗିଛି ନିଶା କାରବାର। ପ୍ରାୟ ସବୁ ଜିଲ୍ଲାରେ ଏବେ ବେଧଡକ୍ ଜାରି ରହିଛି ଗଞ୍ଜେଇ ବେପାର। ଆଜି ବାଲେଶ୍ୱର ଜିଲ୍ଲାରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ। ସୂଚନା ଅନୁସାରେ ରାଜ୍ୟ ଭିତରୁ ରାଜ୍ୟ ବାହାରକୁ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଏସଟିଏଫ୍ ଟିମ ଚଢ଼ଉ କରି ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିଛି।

ବାଲେଶ୍ୱର ବସ୍ତା ବ୍ଲକ୍ ମଥାନୀ ଛକ ନିକଟରେ ଏକ ଟ୍ରକରୁ ପ୍ରାୟ ୯୯୦ କେଜି ସବୁଜ ଜହର ଜବତ କରାଯାଇଥିବା ଜଣାପଡିଛି। ଏକ ଟ୍ରକ୍ ଦ୍ୱାରା ପଶ୍ଚିମବଙ୍ଗକୁ ଏହି ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍ ଖବରପାଇ ଚଢ଼ଉ କରି ଟ୍ରକ୍ ସମେତ ୯୯୦ କେଜି ଗଞ୍ଜେଇ ଜବତ୍ କରିବାରେ ସଫଳ ହୋଇଛି।

ସୂଚନା ମୁତାବକ ଟ୍ରକର ଏକ ସିକ୍ରେଟ ଚ୍ୟାମ୍ବର ଭିତରେ ଏହି ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିଲା। ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।