୩ୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି: ୧୪,୭୭୭ କୋଟି ଟଙ୍କା ମଞ୍ଜୁର କଲେ ମୋଦୀ ସରକାର

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ଉପର-ତଳ ଦେଇ ଗତି କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୭୧୩ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମହାମାରୀରୁ ୩୬ ହଜାର ୫୬୩ ଜଣ ସୁସ୍ଥ ହୋଇଛନ୍ତି। ୪୭୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାରି ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ମୁକାବିଲା ପାଇଁ ୧୪ ହଜାର ୭୪୪ କୋଟି ଟଙ୍କାର ଆଉ ଏକ କିସ୍ତି ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ମଜଭୁତ କରାଯିବ।

କେନ୍ଦ୍ର ସରକାର ପୂର୍ବରୁ ମଧ୍ୟ କରୋନା ମୁକାବିଲା ପାଇଁ ବଡ଼ ଧରଣର ପ୍ୟାକେଜକୁ ମଞ୍ଜୁର କରିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନାର ୨ୟ ଲହର ଜାରି ଥିବା ଏବଂ ସମ୍ଭାବିତ ୩ୟ ଲହର ମୁକାବିଲା କରିବା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ଏବଂ ଆହ୍ୱାନ। ଆମେରିକା ତଥା ଅନ୍ୟ ୟୁରୋପୀୟ ଦେଶ ଗୁଡ଼ିକରେ କରୋନା ପୁଣି ଥରେ ଉପରମୁହାଁ ହୋଇଥିବାରୁ ଭାରତ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।