ନୂଆଦିଲ୍ଲୀ,ଏଜେନ୍ସି: ଖୁବ ଶୀଘ୍ର କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ଦୌଡ଼ରେ କାନାଡ଼ା ମଧ୍ୟ ଯୋଡ଼ି ହୋଇଛି। ବ୍ରିଟେନ ଓ ବାହାରିନ ପରେ କାନାଡା ମଧ୍ୟ ଫାଇଜର ଟିକାକୁ ମଞ୍ଜୁରି ଦେଇଛି। ଏଥି ସହିତ କାନାଡାରେ କରୋନା ଟିକା ଦିଆଯିବା ପ୍ରକ୍ରିୟା ତୀବ୍ର ହୋଇଛି।
ଆମେରିକୀୟ ଔଷଧ କମ୍ପାନୀ ଫାଇଜର ଓ ଜର୍ମାନୀର ବାୟୋଏନଟେକ ତରଫରୁ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରାଯାଇଛି। କାନାଡାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହା ଦ୍ୱାରା କାନାଡାର ଲୋକେ ବିଶ୍ୱାସ କରିପାରିବେ ଯେ, ଆମ ପାଖରେ ମଜଭୁତ ବ୍ୟବସ୍ଥା ଅଛି। ଏହାରି ମାଧ୍ୟମରେ କଡ଼ା ସମୀକ୍ଷା ପ୍ରକ୍ରିୟା କରାଯାଇଛି। ଟିକା ବଜାରକୁ ଆସିଯିବ, ସ୍ୱାସ୍ଥ୍ୟ ବିଭାଗ ଓ ସାଧାରଣ ସ୍ୱାସ୍ଥ୍ୟ ସଂସ୍ଥା ଟିକା ଉପରେ ନଜର ରଖିବେ।