ବିଜେଡି ପାଇଁ ପ୍ରଚାର କରିବେ ଦାମ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବରିଷ୍ଠ ରାଜନେତା ଦମଦୋର ରାଉତ ବିଜେଡି ପାଇଁ ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଳାଇବେ। କିଛିଦିନର ନିରବତା ପରେ ପୁଣି ରାଜନୀତିରେ ସକ୍ରିୟ ହେବାକୁ ଯାଉଛନ୍ତି ଦାମ। ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଛାଡି, ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଜେପି ଛାଡିଥିଲେ। ଏବେ ପୁଣି ସେ ବିଜେଡି ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଦାମ ନିଜ ଇଚ୍ଛାରେ ବିଜେଡି ପ୍ରଚାର ପାଇଁ ଓହ୍ଲାଇବେ ନା ତାଙ୍କୁ ବ୍ୟବହାର କରାଯାଉଛି ତାହା ସ୍ପଷ୍ଟହୋଇନଥିଲେ ମଧ୍ୟ ତିର୍ତ୍ତୋଲ ଅଞ୍ଚଳରେ ଦାମଙ୍କ ଦବଦବା ଥିବାରୁ ବିଜେଡି ଦାମଙ୍କୁ ଅସ୍ତ୍ର କରି ପ୍ରଚାର ମୈଦାନକୁ ଛାଡିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦାମଙ୍କ ପ୍ରଚାର ବିରୋଧୀ ଦଳକୁ କେତେ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା।