ବ୍ରହ୍ମପୁରରୁ ଧରାପଡିଲା ଆଇପିଏଲ ବେଟିଂ ଗ୍ୟାଙ୍ଗ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ପୁଲିସକୁ ବଡ ସଫଳତା। ବ୍ରହ୍ମପୁରରୁ ଧରାପଡିଲା ଆଇପିଏଲ ବେଟିଂ ଗ୍ୟାଙ୍ଗ। କିଙ୍ଗପିନ୍ ସହ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ହଜାର ଟଙ୍କା ଜବତ କରାଯାଇଛି। ଧରାପଡ଼ିଥିବା ଗ୍ୟାଙ୍ଗରେ ଆହୁରି ଲୋକେ ସାମିଲ ଥିବା କହିଛନ୍ତି ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ। ସେ କହିଛନ୍ତି ବିଭିନ୍ନ ଅନଲାଇନ୍ ଆପ୍ ଜରିଆରେ ଆଇପିଏଲ୍ ବେଟିଂ ଚାଲିଥିଲା। ଏହାଛଡ଼ା ବେଟିଂ ପାଇଁ ଅନେକ ୱେବସାଇଟ ମଧ୍ୟ ଅଛି। ବ୍ରହ୍ମପୁରରୁ କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ପର୍ଯ୍ୟନ୍ତ ଏହାର ଲିଙ୍କ୍ ଥିବା ଡିଆଇଜି କହିଛନ୍ତି।