ଜମ୍ମୁ-କଶ୍ମୀରର କିଶତବାଡ଼ରେ ୫୪୦ ମେଗାୱାଟର ପରିଯୋଜନାକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ମାମଲାରେ ମନ୍ତ୍ରୀମଣ୍ଡଳୀୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜମ୍ମୁ-କଶ୍ମୀରର କିଶତବାଡ଼ ଜିଲ୍ଲାରେ ଚିନାବ ନଦୀରେ ୫୪୦ ମେଗାୱାଟର ଜଳ ବିଦ୍ୟୁତ ପରିଯୋଜନା ପାଇଁ ୪୫୨୬.୧୨ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଉକ୍ତ ପରିଯୋଜନା କାମ ମେସର୍ସ ଚିନାବ ବେଲୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ କରିବ । ଏହା ଏନଏଚପିସୀ ଏବଂ ଜେକେଏସପୀଡୀସୀର ଏକ ସଂଯୁକ୍ତ ଉଦ୍ୟୋଗ କମ୍ପାନୀ । ଏହି ପରିଯୋଜନା ଦ୍ୱାରା ବର୍ଷକ ମଧ୍ୟରେ ୧୯୭୫.୫୪ ମିଲିୟମ ୟୁନିଟ ବିଜୁଳି ଉତ୍ପନ୍ନ ହେବ ବୋଲି ଜଣାପଡ଼ିଛି ।