ସିଏଏ ସପକ୍ଷ ସଚେତନତା ଅଭିଯାନ, କଟକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

କଟକ,ଏନ୍ଏନ୍ଏସ୍: ସିଏଏ ସପକ୍ଷରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ସଚେତନତା ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର କଟକର ରେଭେନ୍ସା କଲେଜ ସ୍କୋୟାରରୁ ଖାନନଗର ପାର୍କ ଯାଏ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରାର ଆୟୋଜନ କରିଛନ୍ତି । ଏହି ପଦଯାତ୍ରା କଟକର କଲେଜଛକରୁ ଆରମ୍ଭ ହୋଇ ଖାନନଗର ଯାଏଁ ଚାଲିବ ।

ପଦଯାତ୍ରାରେ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲୁଥିବା ବେଳେ ଏ ନେଇ ଅନେକ ସ୍ଥାନରେ ହିଂସା ଦେଖାଦେଇଛି। ତେବେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହାକୁ ନେଇ ଓଡ଼ିଶା ଜନତାଙ୍କ ମଧ୍ୟରେ କୌଣସି ବି ଡର ନାହିିଁ। ତେବେ କଂଗ୍ରେସ ସିଏଏକୁ ନେଇ କେତେକ ଲୋକଙ୍କ ମଧ୍ୟରେ ଗୁଜବ ଖେଳାଉଛି ଏବଂ ଏହାକୁ ଭରସା ନକରିବାକୁ ସେ କହିଛନ୍ତି।