ଭୁବନେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା । ଦିନ ୧୧ଟା ସୁଦ୍ଧା ହାରାହାରି ୨୬.୨୪ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ଦିନ ୧୧ଟା ସୁଦ୍ଧା ୨୪.୯୩ ପ୍ରତିଶତ ମତଦାନ ହୋଇଛି । ଏହି ଦୁଇଟି ଆସନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତିର୍ତ୍ତୋଲର ସର୍ବାଧିକ ୯ ଜଣ ମଇଦାନକୁ ଓହ୍ଲାଇଥିବାବେଳେ ବାଲେଶ୍ୱରର ହେବ ୬ ଜଣ ପ୍ରାର୍ଥୀ ରହିଛନ୍ତି। କୋରୋନା କଟକଣା ଭିତରେ ଚାଲିଛି ଭୋଟ ଗ୍ରହଣ । ସମସ୍ତ ପୋଲିଂ ଏଜେଣ୍ଟଙ୍କର ସ୍କ୍ରିନି କରାଯାଇ ସୁସ୍ଥ ଅଫିସରଙ୍କୁ ନିୟୋଜିତ କରାଯାଇଛି।