ଦିଲ୍ଲୀରୁ ଉହାନ ଯାଇଥିବା ୧୯ ଯାତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ, ଏଜେନ୍ସି: ଦିଲ୍ଲୀରୁ ଚୀନ ଉହାନ ସହରକୁ ଯାଇଥିବା ଗୋଟିଏ ବିମାନରେ ୧୯ ଜଣ ଭାରତୀୟ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବନ୍ଦେ ଭାରତ ମିଶନ ଅଧୀନରେ ଏହି ବିମାନଟି ଉଡାଣ ଭରିଥିଲା। ଯେଉଁ ୧୯ ଭାରତୀୟ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ବ୍ୟତୀତ ଅତିରିକ୍ତ ୩୯ ଜଣଙ୍କର ପରୀକ୍ଷା ବେଳେ ତାଙ୍କ ଶରୀରରେ ଆଣ୍ଡିବଡି ଥିବା ଜଣାପଡିଛି। ସମସ୍ତ ଭାରତୀୟ ଯାତ୍ରୀମାନଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦେବା ପୂର୍ବରୁ ଦୁଇ ଦୁଇ ଥର କରୋନା ପରୀକ୍ଷା କରାଇବାକୁ ପଡିଥାଏ । ଭାରତୀୟ ଅଧିକାରୀ କହିଛନ୍ତି ସଂକ୍ରମିତ ହୋଇଥିବା ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।