ବାଜିଲା ବିଗୁଲ, ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

ନୂଆଦିଲ୍ଲୀ,ଏଜେନ୍ସି: ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିଛି । ଧାମନଗର ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ ଯାଏ ଚାଲିବ ନାମାଙ୍କନ ଦାଖଲ । ୧୫ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ନଭେମ୍ବର ୬ରେ ଭୋଟ ଗଣତି ସହ ପ୍ରକାଶ ପାଇବ ଫଳ । ନଭେମ୍ବର ୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । କିଛି ଦିନ ତଳେ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ ।

ଓଡିଶା ସମେତ ଅନ୍ୟ ୬ ରାଜ୍ୟ ବିଧାନସଭା ନିର୍ବାଚନମଣ୍ଡଳୀ ଉପ ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ର, ବିହାରର ମୋକାମା ଓ ଗୋପାଲଗଞ୍ଜ, ହରିଆଣା, ତେଲେଙ୍ଗାନା, ଉତ୍ତରପ୍ରଦେଶରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଧାମନଗର ବିଧାନସଭା ଆସନ ଖାଲି ନେଇ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଧାନସଭା ସଚିବ ଦାଶରଥି ଶତପଥୀ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଏହାପରେ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଗତ ମାସ ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ବିଷ୍ଣୁଙ୍କ ବିୟୋଗରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି ।