ଜିଅନ୍ତା ଜଳିଗଲେ ବ୍ୟବସାୟୀ

ବାଲେଶ୍ୱର,ଏନ୍ଏନ୍ଏସ୍ : ବାଲେଶ୍ୱର ସଦର ଥାନା ଅଞ୍ଚଳରେ ସୋମବାର ଜଣେ ଲୋକ ନିଜ ଘରେ ଶୋଇଥିବା ବେଳେ ନିଆଁରେ ଜଳିଯିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ସଦର ଥାନାର ପାରିକୁଦ ଗାଁର ଶୁକ ଭାରତୀ(୪୫) ଗତ କିଛି ବର୍ଷ ହେବ ସୁନ୍ଦରୀ ଗାଁରେ ଘର କରି ସପରିବାର ରହୁଥିଲେ। ସେ ମାଛ ଏବଂ ଚିଙ୍ଗୁଡ଼ି ଜାଆଁଳ ବ୍ୟବସାୟ କରୁଥିଲେ।ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ପୁଅ ହଷ୍ଟେଲରେ ରହି ପାଠ ପଢ଼େ। ସୋମବାର ରାତି ପ୍ରାୟ ୨ଟା ବେଳେ ଅନ୍ୟ ଏକ ଘରେ ଶୋଇଥିବା ଶୁକ ଭାରତୀଙ୍କ ସ୍ତ୍ରୀ ସତ୍ୟବତୀ ଏବଂ ଝିଅ ମାମା ହଠାତ ଚିତ୍କାର ଶୁଣିବାକୁ ପାଇଥିଲେ।

ସେଦୁହେଁ ତତକ୍ଷଣାତ୍ ଉଠି ଦେଖନ୍ତି ତ ଶୁକ ଭାରତୀଙ୍କ ଦେହରେ ନିଆଁ ଲାଗିଯାଇଛି। ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମାତ୍ର ରେ ନିଆଁରେ ଜଳିଗଲେ କୁଶ ଭାରତୀ। ଘଟଣାସ୍ଥଳରେ ହିଁ ଶୁକ ଭାରତୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ସର୍ଟସର୍କିଟ ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି। କିନ୍ତୁ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି ଶୁକଙ୍କ ପରିବାର।