କରଦାତାଙ୍କ ପାଇଁ ଜରୁରୀ ଖବର, ବର୍ଷସାରା କେବଳ ଏତିକି ଥର ଅପଡେଟ୍ କରିପାରିବେ ଆଇଟିଆର

ନୂଆଦିଲ୍ଲୀ,ଏଜେନ୍ସି: ଯଦି ଆପଣ ଆୟକର ରିଟର୍ଣ୍ଣ ଫାଇଲ କରନ୍ତି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ନିକଟରେ ହିଁ ଆଇଟିଆର ଫାଇଲ କରିବାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଏବେ ଯେକୌଣସି କରଦାତାଙ୍କୁ ଏକ ଆର୍ଥିକ ବର୍ଷରେ କେବଳ ଗୋଟିଏ ଥର ନିଜର ଆୟକର ରିଟର୍ଣ୍ଣକୁ ଅପଡେଟ୍ କରିପାରିବେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଚେୟାରମ୍ୟାନ୍ ଜେବି ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ) ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାପାତ୍ର କହିଛନ୍ତି ଯେ, ଏହି ବ୍ୟବସ୍ଥାର ଲକ୍ଷ୍ୟ ଯେ, ସେହି ଲୋକଙ୍କୁ ରିଟର୍ଣ୍ଣ ଦାଖଲ କରିବାକୁ ସୁଯୋଗ ଦିଆଯାଉଛି, ଯେଉଁମାନେକି କୌଣସି କାରଣବଶତଃ କରିପାରି ନଥିଲେ। ମହାପାତ୍ର କହିଛନ୍ତି ଯେ, ଏଭଳି କରଦାତା ଆସେସମେଣ୍ଟ ବର୍ଷରେ କେବଳ ଗୋଟିଏ ଥର ଅପଡେଟ୍ କରିପାରିବେ।

ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କରଦାତାଙ୍କୁ ଆଇଟିଆର ଦାଖଲ କରିବା ଲାଗି ୨ ବର୍ଷ ଭିତରେ ଏହାକୁ ଅପଡେଟ କରିବା ପାଇଁ ଅନୁମତି ଦିଆଯାଇଛି। ଯେଉଁମାନଙ୍କର ରିଟର୍ଣ୍ଣରେ କିଛି ତ୍ରୁଟି ରହିଛି ଅଥବା କୌଣସି ତଥ୍ୟ ଦିଆଯାଇ ପାରି ନାହିଁ, ସେମାନେଙ୍କୁ ସୁଯୋଗ ମିଳିବ। କରଦାତା ଟ୍ୟାକ ପୈଠ କରିବା ସହିତ ଆଇଟିଆରକୁ ଅପଡେଟ୍ କରିପାରିବେ। ଯଦି ଅପଡେଟ ଆଇଟିଆର ୧୨ ମାସ ଭିତରେ ଦାଖଲ ହେଉଛି, ତା’ହେଲେ ବାକି ଟ୍ୟାକ୍ସ ଓ ସୁଧ ଉପରେ ୨୫ ପ୍ରତିଶତ ଅତିରିକ୍ତ ପେମେଣ୍ଟ କରିବାକୁ ପଡ଼ିବ।