ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩ ଗୁରୁତର ଓ ୨୦ ଆହତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଋତୁଙ୍ଗିଆ ଗ୍ରାମ ଡଲାବାଲି ଘାଟିରେ ଭାରସାମ୍ୟ ହରାଇ ଓମ୍ ଭବାନୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ଫଳରେ ୩ଜଣ ଗୁରୁତର ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ବସରେ ମୋଟ ୩୦ରୁ ଅଧିକ ଯାତ୍ରୀ ବସିଥିଲେ । ଘଟଣାସ୍ଥଳରେ ବାଲିଗୁଡ଼ା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏନେଇ ବାଲିଗୁଡ଼ା ଆଇଆଇସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।