ଆମ୍ବପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୩ ଆହତ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତରେ ଥିବା ଆମ୍ବପାଣି ଘାଟିରେ ଆଜି ଭୋରରେ ଏକ ଯାତ୍ରୀବାହୀ ବସ ଓଲଟିପଡ଼ିଛି। ବସ ଓଲଟିବା ଫଳରେ ୨ ଜଣ ଯାତ୍ରୀ ଓ ହେଲପର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଏକ ଘରୋଇ ବସ୍ ‘ଦିଲଖୁସ’ (ଓଡି ୦୨ ଓଏସ-୫୦୯୭) ଭୁବନେଶ୍ୱରରୁ ମାଲକାନଗିରିକୁ ଯାଉଥିଲା। ଆମ୍ବପାଣି ଘାଟିରେ ଆଜି ଭୋରରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ବସଟି ପଡ଼ିରହିଛି।