ପୋଲ ତଳକୁ ଖସି ପଡିଲା ଯବାନଙ୍କ ବସ୍

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲ ତଳକୁ ଖସି ପଡିଲା ଯବାନଙ୍କୁ ନେଇ ଯାଉଥିବା ବସ। ବର୍ଷା ଯୋଗୁଁ ନଦୀର ପୋଲ ଉପରେ ପାଣି ଚାଲୁଥିବା ବେଳେ ଯବାନଙ୍କୁ ନେଇ ଯାଉଥିବା ବସଟି ପାଣି ସୁଅରେ ପୋଲ ଉପରୁ ତଳକୁ ଖସି ପଡିଛି। ଏଥିରେ ୩୦ ଜଣ ଡିଆରଜି ଯବାନ ନକ୍ସଲ ଅପରେସନ ସାରି ନିଜ ବେସ କ୍ୟାମ୍ପକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି। ତେବେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନେଇ ବିଜାପୁର ଏସପି କୋମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି।