ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୭୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧,୪୯,୩୭୯ରେ ପହଞ୍ଚିଛି।
ଏହି ସୁସ୍ଥ ସଂଖ୍ୟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୭୯୬, କଟକରୁ ୩୨୦, ପୁରୀରୁ ୨୫୬, ଝାରସୁଗୁଡ଼ାରୁ ୧୫୧, କେନ୍ଦ୍ରାପଡ଼ାରୁ ୧୪୭, ବଲାଙ୍ଗିରରୁ ୧୩୬, ସୁନ୍ଦରଗଡ଼ରୁ ୧୩୬, ବରଗଡ଼ରୁ ୧୩୨, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୨୦, ଯାଜପୁରରୁ ୧୧୩, ସମ୍ବଲପୁରରୁ ୧୧୧, କୋରାପୁଟରୁ ୯୯, ରାୟଗଡ଼ାରୁ ୯୮, ଜଗତସିଂହପୁରରୁ ୯୦, କନ୍ଧମାଳରୁ ୮୫, ଭଦ୍ରକରୁ ୭୬, ବାଲେଶ୍ୱରରୁ ୭୩, କେନ୍ଦୁଝରରୁ ୭୨, ସୋନପୁରରୁ ୬୫, ଗଞ୍ଜାମରୁ ୫୫, ବୌଦ୍ଧରୁ ୫୧, ଢ଼େଙ୍କାନାଳରୁ ୩୯, ନୟାଗଡ଼ରୁ ୩୬, କଳାହାଣ୍ଡିରୁ ୩୪, ମାଲକାନଗିରିରୁ ୨୭, ଦେବଗଡ଼ରୁ ୨୩, ଅନୁଗୁଳରୁ ୨୨, ଗଜପତିରୁ ୨୨ ଓ ନୂଆପଡ଼ାରୁ ୧୧ ଜଣ ରହିଛନ୍ତି। ସେହିପରି ଷ୍ଟେଟ ପୁଲରୁ ୧୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।