ବିଦ୍ୟୁତ ତାର ଲାଗି ବସ୍ ଯାତ୍ରୀ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ବ୍ରହ୍ମପୁର,ଏନ୍ଏନ୍ଏସ୍: ୧୧ କେଭି ବିଦ୍ୟୁତ୍‌ ତାର ଲାଗି ବସ୍‌ରେ ଲାଗିଲା ନିଆଁ । ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ୬ ଜଣ ଗୁରୁତର ହୋଇଛନ୍ତି । ଅନ୍ୟପଟେ ୪୦ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ବସ୍‌ରେ ବର ଘର ପକ୍ଷରୁ ନିର୍ବନ୍ଧ ପାଇଁ ୫୦ ରୁ ୬୦ ଜଣ ଯାତ୍ରୀ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଆହତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏମ୍‌କେସିଜି ମେଡିକାଲରେ ସବୁ ପ୍ରକାର ବନ୍ଦୋବସ୍ତ ନଥିବାରୁ ଗୁରୁତରଙ୍କୁ କଟକ ସ୍ଥାନାନ୍ତାର କରିବାକୁ ଯୋଜନା ଚାଳିଛି ।

 ଗୋଟିଏ ବସ୍‌ ଗାଁ ଭିତରେ ଯାଉଥିବା ବେଳେ ହଠାତ୍‌ ୧୧ କେଭି ତାରଟି ତଳକୁ ଓହଳି ରହିଥିବାରୁ ବସ୍‌ ଛାତରେ ଛନ୍ଦି ହୋଇଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ବସ୍‌ରେ ହାଇ ଭୋଲ୍ଟେଜ୍‌ ବିଦ୍ୟୁତ ସଂଯୋଗ ହୋଇଥିଲା । ଯାହାଫଳରେ ଲୋକଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ କିଛି ଲୋକ ଜଳି ଯାଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାଟି ଗୋଳନ୍ଥରା ଥାନା ମେଳୁପନ୍ତର ଅଞ୍ଚଳରେ ଘଟିଛି ।

ଦୁର୍ଘଟଣା ଘଟିବାର ଅନେକ ସମୟ ପରେ ଆମ୍ବୁଳାନ୍ସ ପହଞ୍ଚିଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଯଦେଇଛି । ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଅଘଟଣକୁ ଚିଫ୍‌ ଫାୟର୍‌ ଅଫିସର ସୁକାନ୍ତ ସେଠି ମଧ୍ୟ ସ୍ୱୀକାର କରିଛନ୍ତି ।