କରୋନା ମୁକାବିଲା: ଚୀନକୁ ସହାୟତା ପାଇଁ ପ୍ରସ୍ତାବ ଦେଲା ଭାରତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ଭାଇରସର ମୁକାବିଲା କରିବା ପାଇଁ ଚୀନକୁ ସହାୟତା ପାଇଁ ପ୍ରସ୍ତାବ ଦେଇଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି. ଚିନପିଙ୍ଗଙ୍କୁ ଏକ ପତ୍ରଲେଖି ଏହି ପ୍ରସ୍ତାବ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ପ୍ରକୋପରେ ଅନେକ ଲୋଙ୍କର ମୃତ୍ୟୁକୁ ନେଇ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ପତ୍ରରେ ଚୀନରୁ ଭାରତୀୟ ମାନଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ସହଯୋଗ ପାଇଁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି । କରୋନା ଭାଇରସ ମୁକାବିଲା ପାଇଁ ଭାରତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ ଏହି ପତ୍ରରେ ପ୍ରସ୍ତାବ ଦେଇଛନ୍ତି ।