ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସରାସପଶି ନିକଟରେ ଭାରସାମ୍ୟ ହରାଇ ଅନୁ ନାମକ ଏକ ଯାତ୍ରୀବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସର ହେଲ୍ପର ନିଜେ ବସ୍ ଚଳାଇ ସରାସପଶି ଆଡ଼କୁ ଯାଉଥିବାବେଳେ ସରାସପଶି ନିକଟରେ ଏକ କଲଭର୍ଟରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡ଼ିଥିଲା। ଗାଡ଼ିରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିବାବେଳେ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।